ଇସ୍‌ଲାମାବାଦରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ

ଇସ୍‌ଲାମାବାଦରେ ହାଇ ଆଲର୍ଟ: ଆତ୍ମଘାତୀ ବିସ୍ଫୋରଣ, ୫୦ ମୃତ

ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦ ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣରେ ଥରି ଉଠିଛି। ଶୁକ୍ରବାରର ସାମୂହିକ ନମାଜ ସମୟରେ ତରଲାଇ ଅଞ୍ଚଳରେ ଥିବା ସିଆ ମସ୍‌ଜିଦ୍‌ର ମୁଖ୍ୟ ଦ୍ୱାରରେ ଭୟାନକ ବିସ୍ଫୋରଣ ହୋଇଥିଲା। ଏଥିରେ ୫୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୬୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଓ ଉଦ୍ଧାର ଅଭିଯାନ ଅଧିକାରୀଙ୍କ ଅନୁଯାୟୀ, ଆତ୍ମଘାତୀ ଆକ୍ରମଣକାରୀକୁ ସୁରକ୍ଷା କର୍ମଚାରୀମାନେ ମୁଖ୍ୟ ଦ୍ୱାରରେ ଅଟକାଇବା ସମୟରେ ସେ ବିସ୍ଫୋରଣ ଘଟାଇଥିଲା।

Leave a Reply

Your email address will not be published. Required fields are marked *