ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
ନ୍ୟୁ ଜଲପାଇଗୁଡ଼ି ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଯାଜପୁର ଜିଲ୍ଲା ଯଖପୁରା ରେଳଷ୍ଟେସନରେ ଲାଇନଚ୍ୟୁତ ହୋଇଛି । ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଟ୍ରାକରୁ ଖସିଥିଲା ୩ଟି ବଗି । ଗୋଟିଏ ଏସି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଛି। ଅଘଟଣ ସମୟରେ ଟ୍ରେନର ବେଗ କମ୍ ଥିଲା । ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ଘଟଣାସ୍ଥଳରେ ପହଂଚିଛନ୍ତି ରେଳ ବିଭାଗର ବରିଷ୍ଠ ଅଧିକାରୀ । ଟ୍ରେନର ମରାମତି କାର୍ଯ୍ୟ ଜାରି ରହିଛି ।
