ଚନ୍ଦ୍ରଯାନ-3 ଅବତରଣର ଲାଇଭ୍ ଦେଖିବ ବିଶ୍ବ

୨୩ ତାରିଖରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-3

ସାରା ଦୁନିଆର ନଜର ଏବେ ଭାରତର ଚନ୍ଦ୍ରଯାନ-୩ ଉପରେ ରହିଛି । ଏହା ଫଳରେ ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଅଧିକ ସତର୍କ ହୋଇଯାଇଛି । ଏପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ ଅତ୍ୟନ୍ତ ନିର୍ଭୁଲଭାବେ ନିଜର ସବୁ ପର୍ଯ୍ୟାୟକୁ ଅତିକ୍ରମ କରିଛି ଓ ଧୀରେ ଧୀରେ ଚନ୍ଦ୍ରପୃଷ୍ଠ ଆଡ଼କୁ ଅଗ୍ରସର ହେଉଛି । ତେବେ କେବେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ ? ଇସ୍ରୋ ପକ୍ଷରୁ ରବିବାର ଚନ୍ଦ୍ରଯାନ-୩ର ମୃଦୁ ଅବତରଣ ତାରିଖ ଓ ସମୟ ଘୋଷଣା କରାଯାଇଛି । ଇସ୍ରୋ ପକ୍ଷରୁ କରାଯାଇଥିବା ଟୁଇଟ୍ ଅନୁସାରେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟ୍ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ରଯାନର ଲ୍ୟାଣ୍ଡର (ବିକ୍ରମ) ଏବଂ ରୋଭର (ପ୍ରଜ୍ଞାନ) ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ । ଏହି ଅବତରଣକୁ ଇସ୍ରୋର ଅଫିସିଆଲ ଓ୍ବେବସାଇଟ୍, ଫେସବୁକ ପେଜ୍ ଓ ୟୁଟ୍ୟୁବ ଚ୍ୟାନେଲ ତଥା ଦୂରଦର୍ଶନ ମାଧ୍ୟମରେ ସିଧାପ୍ରସାରଣ କରାଯିବ ।