ଶ୍ରୀଜୀଉଙ୍କୁ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ

ଶ୍ବେତଗଙ୍ଗାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀରେ ରାଷ୍ଟ୍ରପତି । ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସକାଳ ୭ଟା ୪୦ ମିନିଟରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରି ବାହାରିବା ପରେ ବାଇଶି ପାହାଚରେ କିଛି ସମୟ ବସିଥିଲେ । ଏହାପରେ ବଡ଼ ଦାଣ୍ଡରେ ଚାଲି ଚାଲି ଯାଇଥିଲେ । ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ସନ ବନ୍ଦ ରଖାଯାଇଛି । ମହାପ୍ରଭୁଙ୍କୁ ଦର୍ଶନ ପୂର୍ବରୁ ପ୍ରଥମେ ଶ୍ବେତଗଙ୍ଗାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ ରାଷ୍ଟ୍ରପତି । ସାବତ ନିଯୋଗ ପକ୍ଷରୁ ସେବାୟତମାନେ ରାଷ୍ଟ୍ରପତିଙ୍କ ପିଣ୍ଡଦାନ ପ୍ରକ୍ରିୟାରେ ସହଯୋଗ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ୍ ଫୋର୍ସ ମତୟନ କରାଯାଇଛି। ପୁରୀ ପରେ ଜନ୍ମମାଟି ରାଇରଙ୍ଗପୁର ଗସ୍ତରେ ରାଷ୍ଟ୍ରପତି ।

Leave a Reply

Your email address will not be published. Required fields are marked *