ଓଡ଼ିଶାକୁ ଫୋକସରେ ରଖିଛନ୍ତି ପ୍ରଧାନମନ୍ତ୍ରୀ

୫ ବର୍ଷରେ ଓଡ଼ିଶାକୁ ମିଳିବ ୧ ଲକ୍ଷ କୋଟିର ପ୍ରକଳ୍ପ;ଅଶ୍ବିନୀ ବୈଷ୍ଣବ

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରେସମିଟ୍ । କହିଲେ ଓଡ଼ିଶାକୁ ଫୋକସରେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାକୁ ରେଳ ବଜେଟରେ ୧୦ ହଜାର ୯୨୮ କୋଟି ଟଙ୍କା ମିଳିଛି । ୫ ବର୍ଷରେ ୧ ଲକ୍ଷ କୋଟିର ପ୍ରକଳ୍ପ ଓଡ଼ିଶାକୁ ମିଳିବ । ୧୭ ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରହିଛି ।

ଗତବର୍ଷ ରେଳ ବଜେଟରେ ଓଡ଼ିଶାକୁ ମିଳିଥିଲା ୧୦ ହଜାର ୫୯୯ କୋଟି । ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଓଡ଼ିଶାକୁ ୩୨୯ କୋଟି ଟଙ୍କା ଅଧିକ ମିଳିଛି । ୯୦ ହଜାର ୬୫୯ କୋଟିର ରେଲଓ୍ବେ ପ୍ରୋଜେକ୍ଟରେ କାମ ଚାଲିଛି ।

Leave a Reply

Your email address will not be published. Required fields are marked *