ଚଳିତବର୍ଷ ବଢିଛି ପକ୍ଷୀଙ୍କ ସଂଖ୍ଯା

ମହାନଦୀ ଗଣ୍ଡରେ ୩ ହଜାର ୯୧୫ଟି ପକ୍ଷୀ

ମହାନଦୀ ଗଣ୍ଡରେ ୩ ହଜାର ୯୧୫ଟି ପକ୍ଷୀ । ଅନୁଗୁଳ ଜିଲ୍ଲା ସାତକୋଶିଆର ମହାନଦୀ ଗଣ୍ଡରେ ଚଳିତବର୍ଷ ମୋଟ୍ ୩ ହଜାର୯୧୫ଟି ପକ୍ଷୀ ଗଣନା କରାଯାଇଛି । ପ୍ରାୟ ୫୩ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥିଲା । ମହାନଦୀ ଗଣ୍ଡରେ ସର୍ବାଧିକ ୧ ହଜାର୧୭ ଟି ବଡ଼ ହ୍ଵିସିଲିଙ୍ଗ୍ ଡକ୍ ରହିଛନ୍ତି ।ସେହିପରି ଦୁଇଟି ପ୍ରଜାତିର କର୍ମୋରାଣ୍ଟ ପକ୍ଷୀ ମଧ୍ୟ ଆସିଥିବା ଜଣାପଡ଼ିଛି। ୫୩ ପ୍ରଜାତି ପକ୍ଷୀଙ୍କ ମଧ୍ୟରୁ ଅଧିକାଂଶ ପକ୍ଷୀ ସାଇବେରିଆ ଅଞ୍ଚଳରୁ ଆସିଛନ୍ତି। ଏହି ପକ୍ଷୀମାନେ ଶୀତ ଋତୁ ହେଲେ ମହାନଦୀ ଗଣ୍ଡ ଅଭିମୁଖେ ଯାତ୍ରା କରିଥାନ୍ତି। ସେପଟେ ଗତବର୍ଷ ୩ ହଜାର ୮୪୨ଟି ପକ୍ଷୀ ସାତକୋଶିଆର ମହାନଦୀ ଗଣ୍ଡକୁ ଆସିଥିଲେ।ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିଥିବା ବନବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମହାନଦୀ ଗଣ୍ଡରେ ଗତ ୧୭ ଓ ୧୮ ତାରିଖରେ ପକ୍ଷୀ ଗଣନା ହୋଇଥିଲା । ଏଥିପାଇଁ ୩ଟି ବନଖଣ୍ଡରୁ ପ୍ରାୟ ୧୫୦ ଜଣ ବନ କର୍ମଚାରୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *