ଭିଜିଲାନ୍ସ ଜାଲରେ ଏସସିବି ଡାକ୍ତର
ଭିଜିଲାନ୍ସ ଜାଲରେ ଏସସିବି ଡାକ୍ତର । ୨ ଲକ୍ଷ ୬୩ ହଜାର ଟଙ୍କା ସହିତ ଧରିଲା ଭିଜିଲାନ୍ସ । ଡାକ୍ତର ହେଲେ ହେପାଟୋଲୋଜି ଆସୋସିଏଟ ପ୍ରଫେସର ଡାକ୍ତର ସନାତନ ବେହେରା । ଏହି ଟଙ୍କା ବେନିୟମରେ ଆଦାୟ କରିଥିଲେ ଡାକ୍ତର ସନାତନ ବେହେରା । ଏ ନେଇ ଖବର ପାଇ ଭିଜିଲାନ୍ସ ଟିମ ପ୍ରସ୍ତୁତ ଥିଲା । ହୋଣ୍ଡା ଆକ୍ଟିଭା ସ୍କୁଟରରେ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ । ଟ୍ରାପ ସହିତ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ତିନୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ ।
