ସୁନ୍ଦରପଦା ବୋମା ବିସ୍ଫୋରଣର କାରଣ ଖୋଜୁଛି ଏନଆଇଏ
ଭୁବନେଶ୍ବର ସୁନ୍ଦରପଦା ବୋମା ବିସ୍ଫୋରଣ ର କାରଣ ଖୋଜୁଛି ଏନଆଇଏ । ନୟାପଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଏନଆଇଏ ଟିମ ପହଞ୍ଚି ଚିକିତ୍ସିତ ହେଉଥିବା ଜଣେ ଆହତଙ୍କୁ ପଚରାଉଚରା କରିଛି । ବୋମା ତିଆରିରେ ବ୍ୟବହୃତ ବିସ୍ଫୋରକ କେଉଁଠୁ ଆସିଲା ସେ ନେଇ ଚାଲିଛି ତନାଘନା ତଦନ୍ତ । ବୋମା ବିସ୍ଫୋରଣ ମାମଲାରେ ଗତକାଲି ଅନ୍ୟ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଏନଆଇଏ ଟିମ ପଚରାଉଚରା କରିଥିଲା ।ଗତ ମଙ୍ଗଳବାର ଦିନ ଆଜାଦ ନଗରରେ ଏକ ଭଡ଼ାଘର ଛାତ ଉପରେ ବୋମା ତିଆରି ଚାଲିଥିବା ବେଳେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ କୁଖ୍ୟାତ ଅପରାଧୀ ସେହନବାଜ ମଲ୍ଲିକ ସମେତ ୪ ଜଣ ଗୁରୁତର ହୋଇଥିଲେ । ୪ ଆହତଙ୍କ କ୍ରାଇମ୍ ହିଷ୍ଟ୍ରି ଖୋଜାଯିବ । ବୋମାରେ କେଉଁ କେମିକାଲ ବ୍ୟବହାର ହେଉଥିଲା ? ଜାତୀୟ ସୁରକ୍ଷା କ୍ଷେତ୍ରରେ କିଛି ଷଡ଼ଯନ୍ତ୍ର ରହିଛି କି ? ତଦନ୍ତ ବେଳେ ଏସବୁ ଦିଗରେ ଫୋକସ କରୁଛି ଏନଆଇଏ ।
