୩ ତାରିଖରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଫେବ୍ରୁଆରି ୩ ତାରିଖରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଦର୍ଶନ ନେଇ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ୩ ତାରିଖ ସନ୍ଧ୍ୟାରେ ତାଳବଣିଆ ହେଲିପ୍ୟାଡରେ ପହଁଚିବା ପରେ ଲୋକଭବନ ଯିବେ ରାଷ୍ଟ୍ରପତି । ପରଦିନ ଅର୍ଥାତ ୪ ତାରିଖ ସକାଳେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।ରାଷ୍ଟ୍ରପତି ୪ ତାରିଖ ସକାଳ ୭ ଟାରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିବେ । ୭ ଟା ୪୦ ରେ ରାଷ୍ଟ୍ରପତି ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଗଜପତି ଦିବ୍ୟସିଂହ ଦେବ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ଜିଲ୍ଲାପାଳ ,ଏସପି ଓ ଶ୍ରୀ ମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସଦସ୍ୟ ତାଙ୍କୁ ସ୍ବାଗତ କରିବେ। ସାତପାହଚ ନିକଟରେ ପଣ୍ଡିତ ମାନେ ବେଦ ପାଠ କରିବେ । ସେହି ସମୟରେ କେବଳ ପାଳିଆ ସେବାୟତ ଉପସ୍ଥିତ ରହିବେ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି ।
