ହିଂସାର ହବ୍ ପାଲଟିଛି ମଣିପୁର !

ପୁଣି ମଣିପୁରରେ ହିଂସାରେ ଗଲା ୩ ଜୀବନ !

ହିଂସାର କେନ୍ଦ୍ରବିନ୍ଦୁ ପାଲଟିଥିବା ମଣିପୁରରେ ଏବେବି ବି ଲାଗି ରହିଛି ହିଂସାର ତାଣ୍ଡବ । ପ୍ରତିଟି ମୁହୂର୍ତ୍ତରେ ହିଂସାର ଗୋଟିଏ ଗୋଟିଏ ଉଗ୍ରରୂପ ଦେଖିବାକୁ ମିଳୁଛି । ତେବେ ପୁଣିଥରେ ହିଂସାର ଚିତ୍ର ସାମ୍ନାକୁ ଆସିଛି । ଗୁରୁବାର ବିଳମ୍ବିତ ରାତିରେ ପୁଣି ଥରେ କୁକି ଓ ମୈତିଇ ସମ୍ପ୍ରଦାୟ ମଧ୍ୟରେ ଗୁଳିମାଡ ଘଟଣା ଖବର ଆସିଛି । ଘଟଣାରେ ୩ଜଣ କୁକି ଲୋକଙ୍କ ମୃତ୍ୟୁ ହେବା ମଧ୍ୟ ଦେଖିବାକୁ ମିଳିଛି ।

ପୂର୍ବରୁ ମହିଳାଙ୍କୁ ଉଲଗ୍ନ କରି ଦୁଷ୍କର୍ମ ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିବା ବେଳେ ପୁଣି ହି ଘଟଣା ସାରା ମଣିପୁରକୁ ଦୋହଲାଇ ଦେଇଛି । ସ୍ଥାନୀୟ ଅଂଚଳରେ ଉତେଜନାପୂର୍ଣ୍ଣ ସ୍ଥିତି ଦେଖାଦେଇଛି । ଉଖରୁଲ ଜିଲ୍ଲାର କୁକି ଥୈାବଇ ଗାଁରେ ଭୋର ସାଢ଼େ ଚାରିଟା ସମୟରେ ଗାଁର ପହରା ଲଗାଉଥିବା ତିନି ଜଣଙ୍କୁ ହତ୍ୟାକରିଥିବା ଜଣାପଡ଼ିଛି । ତେବେ ଏହି ଘଟଣା ପରେ ସୁରକ୍ଷା କଡା କଡି କରାଯାଇଥିବା ବେଳେ ପୋଲିସ ପଇଁତରା ମାରୁଛି ।