ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଅଧିଗ୍ରହଣ ପ୍ରସଙ୍ଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ସାମିଲ କରିବା ଯୋଜନାକୁ ବିରୋଧ କରୁଥିବାରୁ ଦେଶ ଗୁଡିକ ଉପରେ ଏବେ ସେ ଶୁଳ୍କ ଲଗାଇଛନ୍ତି। ଶନିବାର ଡେନମାର୍କ, ବ୍ରିଟେନ ଏବଂ ଫ୍ରାନ୍ସ ସମେତ ଅନ୍ୟ କେତେକ ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଘୋଷଣା କରିଛନ୍ତି।ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏହି ଘୋଷଣା କରିଛନ୍ତି। ଆସନ୍ତା ଫେବୃଆରୀ ୧ ତାରିଖରୁ ଏହି ନୂତନ ଶୁଳ୍କ ଲାଗୁ ହେବ। ଏଥିସହିତ ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଜୁନ୍ ୧ ସୁଦ୍ଧା ଗ୍ରୀନଲ୍ୟାଣ୍ଡକୁ ଆମେରିକା ହାତକୁ ଟେକି ଦେବା ପାଇଁ କୌଣସି ଚୁକ୍ତି ସ୍ୱାକ୍ଷରିତ ନହୁଏ, ତେବେ ଏହି ଶୁଳ୍କକୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।ଟ୍ରମ୍ପଙ୍କ ମତରେ, ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଗ୍ରୀନଲ୍ୟାଣ୍ଡ ଆମେରିକାର “ଜାତୀୟ ସୁରକ୍ଷା” ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ ଆମେରିକା ଅଧୀନରେ ନ ରହିବା ଗ୍ରହଣୀୟ ନୁହେଁ। ବୁଧବାର ୱାଶିଂଟନଠାରେ ହୋଇଥିବା ଏକ ବୈଠକରେ ଡେନମାର୍କ ପ୍ରତିନିଧିମାନେ ଗ୍ରୀନଲ୍ୟାଣ୍ଡର ଭବିଷ୍ୟତକୁ ନେଇ ଆମେରିକା ସହ ସେମାନଙ୍କର “ମୌଳିକ ମତଭେଦ” ଥିବା ସ୍ପଷ୍ଟ କରିଥିଲେ।ୟୁରୋପୀୟ ନେତାମାନେ ସ୍ପଷ୍ଟ କରିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ ସମ୍ପର୍କିତ ନିଷ୍ପତ୍ତି କେବଳ ଡେନମାର୍କ ଓ ସେଠାକାର ଅଧିବାସୀମାନେ ନେଇପାରିବେ। ତେବେ ଡେନମାର୍କ ଏହାର ସହଯୋଗୀ ଦେଶମାନଙ୍କ ସହ ମିଶି ଗ୍ରୀନଲ୍ୟାଣ୍ଡରେ ସାମରିକ ଉପସ୍ଥିତି ବଢ଼ାଇବାକୁ ଘୋଷଣା କରିଛି।
Related Posts
ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ
- Jajati express Reporter
- November 10, 2023
- 0
ବଡ଼ଦିନରେ ଆସିବ ସୁଭଦ୍ରା ଟଙ୍କା
- User 003
- December 5, 2024
- 0
