୨୭ ବଡ଼ କଂପାନୀ ସହ ବୁଝାମଣାପତ୍ର ସ୍ବାକ୍ଷର

ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି

ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି । କୋଲକାତାରେ ଓଡ଼ିଶା ଇନଭେଷ୍ଟର୍ସ ମିଟରୁ ବଡ଼ ସଫଳତା । ୨୭ ଟି ବଡ଼ କଂପାନୀ ସହ ସ୍ବାକ୍ଷରିତ ହୋଇଛି ବୁଝାମଣାପତ୍ର । ପଶ୍ଚିମବଙ୍ଗର କୋଲକାତାରେ ଆୟୋଜିତ ନିବେଶକ ସମ୍ମିଳନୀ ଏବଂ ରୋଡ୍ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇନଭେଷ୍ଟର୍ସ ମିଟରୁ ଓଡ଼ିଶା ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।ଏହାଦ୍ୱାରା ରାଜ୍ୟରେ ପ୍ରାୟ ୯୦ହଜାର ନିଯୁକ୍ତି ସୃଷ୍ଟି ହେବା ସମ୍ଭାବନା ରହିଛି। କୋଲକାତାର ଆଇଟିସି ସୋନାରଠାରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଶିଳ୍ପପତି ଏବଂ ବ୍ୟବସାୟୀ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ୧୩୦ ଜଣ ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ୨୭ଟି ଏମଓୟୁ ଜରିଆରେ ରାଜ୍ୟକୁ ୮୧ହଜାର ୮୬୪ କୋଟି ଟଙ୍କା ନିବେଶ ଆସିବ ।ଏହା ମାଧ୍ୟମରେ ୬୩ହଜାର ୧୬୧ ଜଣଙ୍କୁ ଚାକିରି ମିଳିବ । ସେହିପରି୧୮ହଜାର ୪୫୩ କୋଟି ଟଙ୍କାର ୧୯ଟି ନୂଆ ପ୍ରସ୍ତାବ ମିଳିଛି । ଏହା ମାଧ୍ୟମରେ ୨୭ହଜାର ୫୯୧ ଲୋକଙ୍କୁ ନିଯୁକ୍ତି ମିଳିବ। ନିବେଶ ହେବାକୁ ଥିବା ସେକ୍ଟର ଗୁଡ଼ିକ ହେଲା ପୋଷାକ ଏବଂ ହୋସିୟାରୀ ଶିଳ୍ପ, ପ୍ଲାଷ୍ଟିକ, କେମିକାଲ ଏବଂ ପ୍ୟାକେଜିଂ, ଫାର୍ମାସ୍ୟୁଟିକାଲ୍ସ ଏବଂ ବାୟୋଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସେକ୍ଟର । ପାରାଦୀପ, ଧାମରା ଏବଂ ଗୋପାଳପୁର ପରି ବନ୍ଦରଗୁଡ଼ିକର ବିକାଶ ଏବଂ ଓଡ଼ିଶାର ଶିଳ୍ପ ଅନୁକୂଳ ନୀତି ଯୋଗୁଁ ନିବେଶକମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *