ନିପା ଭାଇରସ୍କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ
ନିପା ଭାଇରସ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । ଆଦୌ ଆତଙ୍କିତ ନ ହେବାକୁ ଅପିଲ୍ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଟେକ୍ନିକାଲ୍ ଟିମ୍ ଗଠନ ହୋଇଛି, ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି । ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲ୍ଲା ଓ ବଡ଼ ସହରରେ ସର୍ଭେଲାନ୍ସ ବଢ଼ାଯାଇଛି । ଏଯାଏଁ ନିପା ଭାଇରସ୍ ଓଡ଼ିଶାରେ ଚିହ୍ନଟ ହୋଇନି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଯଦି ଏଭଳି କେସ୍ ଆସେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଚିନ୍ତା କରିବାର ଆବଶ୍ୟକତା ନାହିଁ ।
