ବିଜେଡିକୁ ଅରବିନ୍ଦ ମହାପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ

ମୁଁ ଦଳ ବିରୋଧୀ କାର୍ଯ୍ୟ କରିନାହିଁ: ଅରବିନ୍ଦ ମହାପାତ୍ର

ବିଜେଡିରୁ ନିଲମ୍ବନ ପରେ ବଡ଼ ବୟାନ ଦେଲେ ଅରବିନ୍ଦ ମହାପାତ୍ର। ଅରବିନ୍ଦ କହିଛନ୍ତି, ମୁଁ ଦଳ ବିରୋଧୀ କାର୍ଯ୍ୟ କରିନାହିଁ କି ବିଶ୍ୱାସ ଘାତକତା କରିନାହିଁ। ଦଳ ଏପରି ନିଷ୍ପତ୍ତି କାହିଁକି ନେଲା ତାହା ମୁଁ ଜାଣିନାହିଁ। ତାହା ଦଳ କହିବା ଠିକ୍‌ ହେବ। ମୁଁ କ’ଣ ଭୁଲ୍‌ କରିଛି ତାକୁ ସାବ୍ୟସ୍ତ କରନ୍ତୁ। ବିଧାନସଭା ବାହାରେ ହେଉ କି ବିଧାନସଭା ଭିତରେ ହେଉ ମୁଁ ମୋ କର୍ତ୍ତବ୍ୟ ଠିକ୍‌ ଭାବେ ତୁଲାଇଛି। ଦେଢ ବର୍ଷ ବିଧାୟକରେ ଦୁର୍ନୀତିର ଛିଟା ଲାଗିନି। ଦୁର୍ନୀତିକୁ ବିରୋଧ କରିଛି।

ଅରବିନ୍ଦ ଆହୁରି କହିଛନ୍ତି, ପାଟକୁରାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛି ୨୦୨୯ ପର୍ଯ୍ୟନ୍ତ ବିଧାୟକ ଭାବେ ଦାୟିତ୍ୱ ତୁଲାଇବି। ମୁଁ ଏହି ଘଟଣାକୁ ନେଇ କୌଣସି ବ୍ୟସ୍ତ ବିବ୍ରତ ନୁହେଁ। ଏହା ଦଳୀୟ ଘଟଣା। ବର୍ତ୍ତମାନ ବି ମୁଁ ପାଟକୁରା ବିଧାୟକ। ସମସ୍ତଙ୍କ ସହ ଯୋଡି ହୋଇ ରହିଛି।