ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି

ମଙ୍ଗଳ ଆଳତୀ ସରିବା ପରେ ଚାଲିଛି ସାଧାରଣ ଦର୍ଶନ

ଆଜି ସ୍ବାଭାବିକ ହୋଇଛି ଲିଙ୍ଗରାଜ ପ୍ରଭୁଙ୍କ ନୀତିକାନ୍ତି। ମଙ୍ଗଳ ଆଳତୀ ସରିବା ପରେ ଚାଲିଛି ସାଧାରଣ ଦର୍ଶନ। ମଙ୍ଗଳବାର ଠାରୁ ପ୍ରଭୁ ଲିଙ୍ଗରାଜଙ୍କ କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଏବଂ ନୀତି ବନ୍ଦ ରହିଥିଲା । ସଂକ୍ରାନ୍ତିର ପୂର୍ବ ଦିନ ଠାକୁରଙ୍କ ଘୃତ କମ୍ବଳ ନୀତି ହୋଇପାରିନଥିଲା । ଏଥିପାଇଁ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା । କିନ୍ତୁ ଅନ୍ୟ ଦିନ ଭଳି ଆଜି ସ୍ବାଭାବିକ ଭାବେ ଚାଲିଛି ନୀତିକାନ୍ତି । କିନ୍ତୁ ଏବେବି ବ୍ରାହ୍ମଣ ଓ ବଡୁ ନିଯୋଗ ମଧ୍ୟରେ ନୀତିକାନ୍ତିକୁ ନେଇ ଜାରି ରହିଛି ତିକ୍ତତା ।