ସମଗ୍ର ବିଶ୍ବରେ ନୂଆବର୍ଷ ୨୦୨୬କୁ ଜୋର୍ଦାର ସ୍ବାଗତ
ନୂଆବର୍ଷକୁ ସ୍ବାଗତ। ସମଗ୍ର ବିଶ୍ବ ନୂଆବର୍ଷ ୨୦୨୬କୁ ଜୋର୍ଦାର ସ୍ବାଗତ କରିଛି। ୨୦୨୬କୁ ସ୍ବାଗତର ପ୍ରଥମ ଉତ୍ସବ ପାରମ୍ପରିକ ଭାବେ ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରୁ ଆରମ୍ଭ ହୋଇଥିଲା । ପ୍ରତୀକାତ୍ମକ ସ୍କାଏ ଟାୱାରରୁ ରଙ୍ଗିନ ଆତସବାଜିର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆରେ ସିଡ୍ନି ହାର୍ବର ବ୍ରିଜ୍ ଓ ଅପେରା ହାଉସ୍ ଉପରେ ପାରମ୍ପରିକ ଆତସବାଜି ପ୍ରଦର୍ଶନ ସମସ୍ତଙ୍କୁ ମୁଗଧ କରିଦେଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ବିପୁଳ ଜନସମାଗମ ଭିତରେ ଏଠାରେ ଅନୁଷ୍ଠିତ ନୂଆବର୍ଷ ଉତ୍ସବ ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା। ଦୁବାଇର ବୁର୍ଜ ଖଲିଫାରେ ବିଶାଳ ଲେଜର୍ ପ୍ରଦର୍ଶନ ଏଥର ବେଶ୍ ଆକର୍ଷଣୀୟ ଥିଲା। ନ୍ୟୁୟର୍କ ସିଟିର ଟାଇମ୍ସ ସ୍କୋୟାରରେ ୨୦୨୬କୁ ସ୍ବାଗତ କରି ବଡ଼ଧରଣର ଉତ୍ସବ ଅନୁଷ୍ଠିତ ହୋଇଛି। ରିଓ ଡି ଜାନେରିଓ ଏଥର ଆତସବାଜି ରେକର୍ଡ ଭାଙ୍ଗିଥିବା ବେଳେ ଲକ୍ଷାଧିକ ଲୋକଙ୍କ ସମାଗମରେ ବିଚ୍ ଉତ୍ସବ ଆକର୍ଷଣର କେନ୍ଦ୍ର ପାଲଟିଥିଲା।ନୂଆବର୍ଷକୁ ସ୍ବାଗତ କରି ଭାରତର ବିଭିନ୍ନ ସହରଗୁଡ଼ିକ ମଧ୍ୟ ଆଜି ଉତ୍ସବମୁଖର ହୋଇଛି।
