ଯୁବତୀଙ୍କ ହନିଟ୍ରାପରେ ପଡି ଫସିଲେ ୫୦ରୁ ଊର୍ଦ୍ଧ୍ଵ ଯୁବକ !

ଟେଲିଗ୍ରାମରେ ପ୍ରେମ ନିବେଦନ କରି ଲୁଟିନେଲେ ୩୫ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା !

ଆଜିକାଲିର ପିଲା ଏବେ ବେସ ଇଣ୍ଟରନେଟରେ ବ୍ୟସ୍ତ । ଆଉ ଯାହାକୁ ମୋହରା କରି ସାଇବର ଲୁଟେରା ମାନେ ବେସ ସହଜରେ ସେମାନଙ୍କୁ ଲୁଟିବାରେ ଅଫଲା ହେଉଛନ୍ତି । ହେଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି କିଛି ଯୁବତୀ ଆପଣେଇଛନ୍ତି ଲୁଟିବାର ଏମିତି କିଛି ନୂଆ ତରିକା । ନିଜ ତରଫରୁ କରୁଛନ୍ତି ଯୁବକଙ୍କୁ ପ୍ରେମ ନିବେଦନ। ଆଉ ଫସିଗଲା ପରେ କରୁଛନ୍ତି ଟଙ୍କା ଲୁଟ । ତେବେ ଖାଲି ପ୍ରେମ ନିବେଦନ ନୁହେଁ ବରଂ ଶାରୀରିକ ସମ୍ପର୍କ ରଖିବାକୁ ବି କହୁଛନ୍ତି ଏମାନେ ।

ଯୁବତୀଙ୍କ ରଚାଯାଇଥିବା ହନିଟ୍ରାପ୍‌ରେ ପଡ଼ି ପାଗଳ ହୋଇ ଯାଇଥିବା ଯୁବକ ନିଜେ ନିଜେ ଯୁବତୀଙ୍କ ଜାଲରେ ପଡ଼ୁଥିବା ବେଳେ ଏହାର ଅଶ୍ଳୀଳ ଭିଡିଓ କରି ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା । ଏପରି ଏକ ସେକ୍ସ ରାକେଟର ୪ ଯୁବତୀଙ୍କ ପର୍ଦ୍ଦାଫାସ ହୋଇଥିବା ବେଳେ ସେମାନେ ହନିଟ୍ରାପ୍‌ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଫସାଇ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିଥିବା ଜଣାଯାଇଛି। ଆଇଟି ସହର ବେଙ୍ଗାଲୁରୁରେ ଲମ୍ବିଛି ଏପରି ଏକ ସେକ୍ସ ରାକେଟ। ପୁଲିସ୍‌ ଏହି ରାକେଟରେ ସମ୍ପୃକ୍ତ ୩ ଯୁବତୀଙ୍କୁ ଗିରଫ କରିଥିବା ବେଳ ଏହାର ମୁଖ୍ୟ ରାଣୀ ମହୁମାଛି କିନ୍ତୁ ଫେରାର ହୋଇଯାଇଛନ୍ତି।