କାରକୁ ୨୦ମିଟର ଯାଏ ଘୋଷାଡ଼ି ନେଲା ହାଇୱା
ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ । ପାୱାରହାଉସ ଛକ ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇଥିବା କାରକୁ ଧକ୍କା ଦେଲା ହାଇୱା । ରେଡ୍ ସିଗନାଲ ଥିବାରୁ କାରଟି ଟ୍ରାଫିକ୍ ପୋଷ୍ଟରେ ଛିଡା ହୋଇଥିବା ବେଳେ, ଅଚାଚନକ ଆସି ଧକ୍କା ଦେବା ସହ କାରକୁ ୨୦ମିଟର ଯାଏ ଘୋଷାଡ଼ି ନେଇଥିଲା ।ଦୁର୍ଘଟଣାରେ କାରଟି ଭାଙ୍ଗି ରୁଜି ଯାଇଛି, ତେବେ ସୌଭାଗ୍ୟ ବଶତଃ କାର ମାଲିକ ତଥା ଚାଳକଙ୍କ କୌଣସି କ୍ଷତି ହୋଇନି । ସେପଟେ ରାତିସାରା ଅନିଦ୍ରା ହୋଇ ଗାଡି ଚଳାଉଥିବାରୁ ଜାଣିପାରିନଥିବା କହିଛନ୍ତି ହାଇୱା ଡ୍ରାଇଭର । ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ହାଇୱା ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।
