‘ବିପର୍ଯ୍ୟୟ’ ଆଣିଲା ୭୦୭ ଘର ପାଇଁ ଖୁସି

ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପ୍ରକୋପରେ ଗୁଜରାଟ ଥରହର ହେଉଥିବା ବେଳେ ୭୦୭ଜଣ ଶିଶୁ ଜନ୍ମ ଗ୍ରହଣ କରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ସାମୁଦ୍ରିକ ବାତ୍ୟାଯୋଗୁଁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରୁ ଜନସ୍ଥାନାନ୍ତରଣରେ ଆସିଥିବା ଆସନ୍ନପ୍ରସବା ଅନ୍ତଃସତ୍ତ୍ବା ମହିଳାମାନେ ଏହି ଶିଶୁମାନଙ୍କୁ ଜନ୍ମ ଦେଇଛନ୍ତି।  ସତର୍କତାମୂଳକ ପଦକ୍ଷେପସ୍ବରୂପ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା। ବାତ୍ୟା ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି, ଘରଦ୍ବାର ଭାଙ୍ଗି ଅନେକ କ୍ଷୟକ୍ଷତି ହୋଇଥିଲେ ବି କାହାରି ମୃତ୍ୟୁ ଘଟିନାହିଁ।