ଥମୁନି ହିମାଚଳପ୍ରଦେଶର ଦୁର୍ଦ୍ଦଶା

୩ ଦିନରେ ୮୧ ମୃତ, ୧୦ହଜାର କୋଟିର ସମ୍ପତ୍ତି ନଷ୍ଟ

ଲଗାଣ ବର୍ଷା ଯୋଗୁଁ ବିଗୁଡୁଛି ହିମାଚଳପ୍ରଦେଶର ସ୍ଥିତି । ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଏବେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଲ୍ୟାଣ୍ଡ ସ୍ଲାଇଡ୍ ହୋଇ ପାହାଡ ଉପରେ ଅବସ୍ଥିତ ବଡ ସହରଗୁଡିକ ମାଟି ତଳକୁ ଧଶି ଯାଉଛନ୍ତି । ଦିନକୁ ଦିନ ଭୀଷଣ ବର୍ଷାରେ ମାଟିର ଆର୍ଦ୍ରତା ବଢିବାରେ ଲାଗିଛି। ପାଣିପାଗ ବିଭାଗ ଅନୁଯାୟୀ, ଲଗାଣ ବର୍ଷା ହେତୁ ମାଟିର ଆର୍ଦ୍ରତା ବହୁତ ମାତ୍ରାରେ ବଢିଯାଇଛି। ଏହି କାରଣରୁ, ଭୂସ୍ଖଳନ, ମଡ ସ୍ଲାଇଡ ସହିତ ବଡ଼ ବଡ ଗଛ ସମେତ ଜଙ୍ଗଲ ତଳର ମାଟି ତଳକୁ ଧଷି ଯାଉଛି। ଜୁଲାଇ ୪ରୁ ହେଉଥିବା ପ୍ରବଳ ବର୍ଷା ପ୍ରଭାବରେ ଆସନ୍ତା କିଛି ମାସ ମଧ୍ୟରେ ପର୍ବତ ଉପରେ ଅବସ୍ଥିତ ସହରଗୁଡିକରେ ଲ୍ୟାଣ୍ଡ ସ୍ଲାଇଡିଂ ହେବାର ଆଶଙ୍କା କରାଯାଉଛି। ମାତ୍ର ୩ ଦିନ ମଧ୍ୟରେ ୮୧ ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଅନେକ ଜୀବନ ନେଉଥିବା ବେଳେ ଅନେକଙ୍କ ଜୀବିକା ଉଜାଡି ଦେଉଛି। ବର୍ତ୍ତମାନ ସୁଦ୍ଧା ୧୦ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇ ସାରିଥିବା ଆକଳନ କରାଯାଇଛି।