୧୦ ଡିଗ୍ରୀ ତଳେ ୮ ସହର
ଏବେ ଶୀତ କମିବାର ନାହିଁ । ଜାଡ ମାଡରେ ଅସ୍ତବ୍ୟସ୍ତ ଜନଜୀବନ । ୧୦ ଡିଗ୍ରୀ ତଳେ ୮ ସହର । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଉଭୟ ସ୍ଥାନରେ ରାତି ତାପମାତ୍ରା ୬ ଡିଗ୍ରୀରେ ପହଞ୍ଚିଛି । ଅନେକ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳୁଛି । ସୁନ୍ଦରଗଡ଼ , କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
