ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସୂଚନା। ଚାଷୀଙ୍କ ପାଇଁ ଏଥର ମଣ୍ଡିରେ ସ୍ୱତନ୍ତ୍ର ବ୍ୟବସ୍ଥା । ମଣ୍ଡିରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ବ୍ୟବସ୍ଥା । ଠିକ୍‌ ସମୟରେ ଗାଡ଼ି ପହଞ୍ଚାଇବାକୁ ମିଲର୍‌ଙ୍କୁ କଡ଼ା ନିର୍ଦ୍ଦେଶ। ଧାନ କିଣା ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ । କଟ୍‌ନି ଛଟ୍‌ନି ଉପରେ ସରକାର ନଜର ରଖିଛନ୍ତି କହିଲେ ସମବାୟ ମନ୍ତ୍ରୀ ।ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ ନେଇ ଶନିବାର ଏକ ବୈଠକ ହୋଇଥିଲା। ସେଥିରେ କରାଯାଇଥିବା ଆଲୋଚନା ମୁତାବକ, ଚଳିତ ବର୍ଷ ୩୧୩୪ଟି ସେବା ସମବାୟ ସମିତି ଓ ଲ୍ୟାମ୍ପ୍‌ସ ଧାନ ସଂଗ୍ରହରେ ସାମିଲ ହେବେ। ଏହାସହିତ ୧୪୧୯ କଷ୍ଟମ ମିଲର ଧାନ ସଂଗ୍ରହ କରିବେ ବୋଲି ଧାନସଂଗ୍ରହ ସମୀକ୍ଷା ବୈଠକରୁ ଜଣାଯାଇଛି। ଚଳିତ ବର୍ଷ ୪୦୮୮ଟି ମଣ୍ଡି,ଏଫ୍‌ସିଆଇ ଏବଂ ଯୋଗାଣ ନିଗମର ୧୬୩ଟି ଗୋଦାମ ଘରକୁ ମିଶାଇ ରାଜ୍ୟରେ ସର୍ବମୋଟ ୬.୬୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଭଣ୍ଡାର କ୍ଷମତା ରହିଛି। ସବୁ ଜିଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ସରିଛି।

Leave a Reply

Your email address will not be published. Required fields are marked *