ନକ୍ସଲ ମୂଳପୋଛ ନେଇ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ

୨୦୨୬ ମାର୍ଚ୍ଚ ୩୧ସୁଦ୍ଧା ମାଓଦମନ ସରିବ: DGP

ନକ୍ସଲ ମୂଳପୋଛ ନେଇ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ ।କନ୍ଧମାଳରେ ପୋଲିସ ମହାନିର୍ଦ୍ଦେଶକଙ୍କ ବଡ଼ ସମୀକ୍ଷା ।ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରୁ ମାଓବାଦୀ ମୂଳପୋଛ ଟାର୍ଗେଟ୍‌। ମାଓବାଦୀଙ୍କୁ ସରେଣ୍ଡର ପାଇଁ ସ୍ବତନ୍ତ୍ର ପଲିସି କରାଯାଇଛି।ନକ୍ସଲ ଦମନ ପାଇଁ କନ୍ଧମାଳ ଏସପିଙ୍କ କାର୍ଯ୍ୟାଳୟରେ ଦୀର୍ଘ ସମୟର ବୈଠକ ବସିଲା । ଗତକାଲି ଅପରାହ୍ନରେ କନ୍ଧମାଳ ପହଞ୍ଚି ସନ୍ଧ୍ୟା ୬ ଟା ରୁ ରାତି ୯ଟା ୩ ଘଣ୍ଟା ଧରି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଡିଜିପି । କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବାକୁ ଘୋଷଣା କରିଛନ୍ତି । ଏହାକୁ ଲକ୍ଷ୍ୟ ରଖି ସେହି ଅନୁସାରେ ଅଭିଯାନ ଚାଲିଛି । କନ୍ଧମାଳ ଜିଲ୍ଲାରୁ ନକ୍ସଲର ମୂଳୋତ୍ପାଟନ, ଆଇନ୍ ଶୃଙ୍ଖଳା, ଓ ଗଞ୍ଜେଇ କାରବାର ବନ୍ଦ କରିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ଡିଜିପି କହିଛନ୍ତି । ଏହି ଗସ୍ତ ଓ ବୈଠକ ବେଳେ ପୁଲିସ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *