ଜାରକାରେ ଚାଲିଥିଲା ଜାଲ୍ ନୋଟ୍ କାରବାର, ଧରିଲା ପୋଲିସ
ଯାଜପୁର ଜିଲ୍ଲାରେ ଗତ କିଛି ଦିନ ଧରି ଜାଲ୍ ନୋଟ୍ କାରବାର ନେଇ ଚର୍ଚ୍ଚା ହେଉଥିଲା । ତେବେ ଜାରକା ଅଞ୍ଚଳରେ ଜାଲ୍ ନୋଟ୍ କାରବାର କରୁଥିବା ଏକ ଦମ୍ପତିଙ୍କୁ ଜାରକା ବିଟ୍ ହାଉସ୍ ପୋଲିସ୍ ଠାବ କରିଛି । ପୂର୍ବରୁ ଜାଲ୍ ୨ହଜାର ଟଙ୍କିଆ ନୋଟ୍ କାରବାର କରି ଧରାପଡ଼ିଥିବା ଜଣେ ବ୍ୟକ୍ତି ଏବେ ଜାଲ୍ ୨୦୦ଟଙ୍କା ନୋଟ୍ କାରବାର କରୁଛି । ୬ମାସ ପୂର୍ବେ ସେ ଜାରକାର ଲୁଗା ବ୍ୟବସାୟୀ ରାମଚନ୍ଦ୍ର ସାହୁଙ୍କୁ ଖଣ୍ଡେ ୨ହଜାର ଟଙ୍କିଆ ଜାଲ୍ ନୋଟ୍ ଦେଇ ଧରାପଡ଼ିଥିଲେ । ସଂପୃକ୍ତ ବ୍ୟକ୍ତି ଚତୁରତାର ସହ ବ୍ୟବସାୟୀମାନଙ୍କୁ ଖଣ୍ଡେ ଲେଖାଏଁ ଜାଲ୍ ନୋଟ୍ ଦେଇ ଠକୁଥିଲା।