ଓଡ଼ିଶାରେ ହାଇ ଆଲର୍ଟ, ସମସ୍ତ ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ: ଆଇନ୍ ମନ୍ତ୍ରୀ
ଦିଲ୍ଲୀରେ ବିସ୍ଫୋରଣ ପରେ ଓଡ଼ିଶାରେ ହାଇ ଆଲର୍ଟ। ପୋଲିସ ବିଭାଗ ସହ ଆଲୋଚନା କରି ସବୁ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ।ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଭାବରେ ସୁରକ୍ଷାକୁ ଅଧିକ ମାତ୍ରାରେ ବୃଦ୍ଧି କରାଯାଇଛି । ରାଜ୍ୟର ସମସ୍ତ ରେଲୱେ ଷ୍ଟେସନ, ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବୃଦ୍ଧି । ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ସ୍ଥପତି ନିକଟରେ ମଧ୍ୟ ସୁରକ୍ଷା ବଢ଼ାଯିବ । ସ୍ଥାନୀୟ ଜ଼ିଲ୍ଲା ପ୍ରଶାସନକୁ ଚେକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଉପରେ ବିପଦ ନାହିଁ, ଆମେମାନେ ସୁରକ୍ଷିତ ଅଛୁ । ସମସ୍ତ ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
