ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ

ନୂଆପଡ଼ାରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡ଼ି ନେତାଙ୍କ ଘରେ ଆୟକର ବିଭାଗର ଚଢ଼ଉ । ଉପନିର୍ବାଚନ ପୂର୍ବରୁ ବିଜେଡ଼ି ନେତା ମନୋଜ ମିଶ୍ରଙ୍କ ଘରେ ଆୟକରୁ ବିଭାଗ ଚଢ଼ାଉ କରିଛି । ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ରଙ୍କ କୋମନା ସ୍ଥିତ ବାସଭବନରେ ଆୟକର ବିଭାଗର ଚଢ଼ଉ ଜାରି ରଖିଛି । ମନୋଜ ପୂର୍ବରୁ କୋମନା ବ୍ଲକ୍ର ଅଧ୍ୟକ୍ଷ ସହ ନୂଆପଡ଼ା ଜିଲା ସଭାପତି ଥିଲେ । ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ୍‌ର ପ୍ରମୂଖ ଦାବିଦାର ଥିଲେ ମନୋଜ ।

Leave a Reply

Your email address will not be published. Required fields are marked *