ତେଲେଙ୍ଗାନାରେ ଦୁଇ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ

୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ତେଲେଙ୍ଗାନାରେ ଦୁଇ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କଲେ।ଲାଲ କରିଡରର ଆଉ ଏକ ପାଚେରୀ ଭାଙ୍ଗିଲା, ବନ୍ଦୀ ପ୍ରକାଶ ଏବଂ ପୁଲୁରି ପ୍ରସାଦ ସମାଜର ବିକାଶ ନିମନ୍ତେ ଛାଡିଲେ ନକ୍ସଲ ସଂଗଠନର ହାତ।ପ୍ରକାଶ ଏବଂ ପ୍ରସାଦ ଉଭୟ ଏକଦା ନକ୍ସଲ ବିପ୍ଳବର ଜଣାଣୁଣା ଚେହେରା ଥିଲେ , ଏବେ ଶାନ୍ତିର ପ୍ରତୀକ ଭାବରେ ସମାଜର ମୁଖ୍ୟ ଧାରାକୁ ଫେରିଛନ୍ତି। ଦୀର୍ଘ ୪୫ ବର୍ଷର ଭୂମିଗତ ଜୀବନରେ ପଡିଲା ପୂର୍ଣ୍ଣଛେଦ। ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଏହି ଦୁଇ ବରିଷ୍ଠ ମାଓ ନେତା।ମଞ୍ଚେରିଆଲର ସିଙ୍ଗରେନି ଶ୍ରମିକ ପରିବାରରୁ ସେମାନେ ବିଦ୍ରୋହର ପଥରେ ଚାଲିବା ଆରମ୍ଭ କରିଥିଲେ।ବୟସ ଅଧିକ ଏବଂ ସ୍ବାସ୍ଥ୍ୟ ଖରାପ ତାଙ୍କୁ ଦେଖାଇଲା ଦର୍ପଣ। ସେମାନେ ବନ୍ଧୁକ ଛାଡି ଶାନ୍ତିର ପଥକୁ ଆପଣେଇଛନ୍ତି। ପୁଲିସର ମାନବିକ ଆଭିମୁଖ୍ୟ ଏବଂ ସରକାରଙ୍କ ଉଚ୍ଚ କୋଟୀର ଯୋଜନା ଏମାନଙ୍କ ଭଳି ଅନେକ ମାଓବାଦୀଙ୍କୁ ପଥ ଦେଖାଇଛି। ତେଲେଙ୍ଗାନା ଡିଜିପି ଶିବଧର ରେଡ୍ଡିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଦୁଇ କୁଖ୍ୟାତ ମାଓବାଦୀ।