୨୮ ତାରିଖ ବେଳକୁ ଭୀଷଣ ବାତ୍ୟାର ରୂପ ନେବ ‘ମୋନ୍ଥା’

ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’

ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’ । ୨୭ ତାରିଖ ସକାଳେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼େ ମୁହାଁଇବ। ୨୮ ତାରିଖ ବେଳକୁ ଭୀଷଣ ବାତ୍ୟାର ରୂପ ନେବ ‘ମୋନ୍ଥା’ । ମଚ୍ଛଲିପଟ୍ଟନମ-କଳିଙ୍ଗପଟ୍ଟନମ ଦେଇ ସ୍ଥଳଭାଗ ଅତିକ୍ରମ କରିବ କାକିନାଡ଼ା ପାଖାପାଖି ୨୮ ତାରିଖ ସନ୍ଧ୍ୟା ଏବଂ ରାତ୍ରି ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ ସର୍ବାଧିକ ୧୧୦ କିମି ରହିବାର ସମ୍ଭାବନା ରହିଛି l ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କାଲିଠୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *