ବାଲିଯାତ୍ରାର ପାର୍ଟନର ନେସନ ହୋଇଛି ଇଣ୍ଡୋନେସିଆ

ଏଥର ବାଲିଯାତ୍ରାରେ ଇଣ୍ଡୋନେସିଆର କଳା ଓ ସଂସ୍କୃତି

ଏଥର ବାଲିଯାତ୍ରାରେ ଦେଖିବାକୁ ଇଣ୍ଡୋନେସିଆର କଳା ଓ ସଂସ୍କୃତି । ପ୍ରଥମ ଥର ପାଇଁ କଟକ ଐତିହାସିକ ବାଲିଯାତ୍ରାର ପାର୍ଟନର ନେସନ ହୋଇଛି ଇଣ୍ଡୋନେସିଆ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ଦେଖଣାହାରୀଙ୍କ ଭରପୁର ମନୋରଞ୍ଜନ ପାଇଁ ପ୍ରସ୍ତୁତିକୁ ଆଗେଇ ନେଉଛି କଟକ ଜିଲ୍ଲା ପ୍ରଶାସନ । ଏଥର ବାଲିଯାତ୍ରା ପଡ଼ିଆରେ ଇଣ୍ଡୋନେସିଆ ହସ୍ତକଳାକୁ ନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହେବ ।ନୂଆ କରି ଦର୍ଶକ ଦେଖିବେ ଏକ ଏକ୍ସପେରିୟେନ୍ସ ଜୋନ। ପ୍ରଥମ କରି ଏକ ବିଶେଷ ଧରଣର ଥ୍ରିଡି ସୋ ଦେଖିବାକୁ ପାଇବେ। ଚଳିତ ବର୍ଷ ତିନି ଦିନ ଧରି ଦର୍ଶକ ଦେଖି ପାରିବେ ଲେଜର ସୋ। ଦୁଇ ଦିନ ଅନୁଷ୍ଠିତ ହେବ ଫାୟାର ୱର୍କ୍ ବା ଆତସବାଜି ପ୍ରଦର୍ଶନୀ। ନିମନ୍ତ୍ରଣ କରାଯାଇଥିବା ସମସ୍ତ ବଲିଉଡ୍ ସେଲିବ୍ରିଟିଙ୍କ ସହମତି ଜିଲ୍ଲା ପ୍ରଶାସନକୁ ମିଳିସାରିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ।