ଆଉ ଦାଦନ ଖଟିବାକୁ ଯିବେନି ମହିଳା !

କେନ୍ଦୁଝର (ଯଯାତି ଏକ୍ସପ୍ରେସ ବ୍ୟୁରୋ): ସ୍ୱାବଲମ୍ବୀ ହେବେ ମହିଳା । ନିଜେ ସାଜିବେ ନିଜ ପରିଚୟ। ଆଉ ସମାଜକୁ ଦେବେ ନିଆରା ବାର୍ତ୍ତା। ଏଭଳି କିଛି ଖବର ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଯାତ୍ରା ପଞ୍ଚାୟତରେ। ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା ଲାଗି ଯାତ୍ରା ପଞ୍ଚାୟତର ଉନ୍ନତ ଉଚ୍ଚ ବିଦ୍ୟାଳୟରେ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବାଂଶପାଳ ଅଞ୍ଚଳ ମୁଖ୍ୟତଃ ଆଦିବାସୀ ଅଦୂଷିତ ଅଞ୍ଚଳ ହେଇଥିବାରୁ ରୋଜଗାର ପନ୍ଥା କହିଲେ କିଛି ନାହିଁ, ଫଳରେ ପରିବାର ପ୍ରତିପୋଷଣ କରିବାକୁ ସୁଦୂର ବାଙ୍ଗାଲୋରକୁ ସିଲେଇ କରିବାକୁ ଯାଇଥାନ୍ତି ଏହି ଅଞ୍ଚଳର ଅଧିବାସୀ।

ତେବେ କେନ୍ଦୁଝର ବନଖଣ୍ଡ ତରଫରୁ S H G ମହିଳା ମାନଙ୍କୁ ସିଲେଇ ମାଧ୍ୟମରେ ସ୍ୱାବଲମ୍ବୀ ତଥା ଅତ୍ମନିର୍ଭରଶିଳ କରିବା ପାଇଁ ଗନ୍ଧମାର୍ଦ୍ଧନ ଆପାରେଳ, ଉତ୍ପାଦକ ଯାତ୍ରା ଗୋଷ୍ଠିକୁ କେନ୍ଦୁଝର ବନ ଖଣ୍ଡର ଅଧିକାରୀ ଏଚ୍ ଡି ଧନରାଜ 70 ଟି ସିଲେଇ ମେସିନ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି, ଯାହା ଫଳରେ ଆଉ ବାହାରକୁ ନ ଯାଇ ଘରେ ହିଁ ରହି ମହିଳାମାନେ ନିଜେ ସିଲେଇ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ । ଏଥିରେ ସମସ୍ତ ପ୍ରକାର ସହଯୋଗ କରିଥିଲେ ଏଫଇଏସ ସଂସ୍ଥା ।

ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ସହକାରୀ ଭାବେ ଯୋଗଦେଇଥିଲେ ରେଞ୍ଜର ଅଫିସର ମାନସ କୁମାର ମୁର୍ମୁ। ଏହା ସହ ସ୍ଥାନୀୟ ବରିଷ୍ଠ ବ୍ୟକ୍ତି ଏହି ସଭାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏପରି ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।