ପୀତବାସ ପଣ୍ଡାଙ୍କୁ ହତ୍ୟା ପାଇଁ ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍: ଏସପି
ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ପାଇଁ ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍ । ପ୍ରେସମିଟରେ ସୂଚନା ଦେଲେ ବ୍ରହ୍ମପୁର ଏସପି ସର୍ବଣା ବିବେକ୍ ଏମ୍ । ପୀତବାସଙ୍କୁ ହତ୍ୟା ପାଇଁ ପ୍ରଥମେ ବିହାରରୁ ଆସିଥିଲା ଏକ ଟିମ୍ । ସେପ୍ଟେମ୍ବର ୧୦ରୁ ୧୪ ଭିତରେ ବିହାରରୁ ଆସି ରେକି କରିଥିଲେ । ମେଡିକାଲ କାମ ପାଇଁ ୧୪ରେ ହତ୍ୟା କରିପାରିନଥିଲେ । ପ୍ଲାନ ବି’ରେ ପୀତବାସଙ୍କୁ ହତ୍ୟା କରିଥିଲେ। ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ହତ୍ୟାପାଇଁ ଅଗ୍ରୀମଭାବେ ୧୦ ଲକ୍ଷ ଟଙ୍କା ନେଇଥିଲେ। ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଉଥିଲେ, ତିରୁପତି ଭୂୟାଁ ଗୁଳି କରିଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର ହୋଇଥିଲା। ଯୋଗୀ ରାଉତ ଓ ଉମା ବିଷୋୟୀ ସହାୟତା କରିଥିଲେ। ସୁଟରଙ୍କୁ ଜାଣିଥିଲା ବିପୀନ ସ୍ବାଇଁ। ତା ସହ ଯୋଗୀ ରାଉତ ଓ ଉମା ବିଷୋୟୀ ସହାୟତା କରିଥିଲେ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।ମୋଟ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଆଉ ୩ ଅପରାଧୀ ଫେରାର ଅଛନ୍ତି । ହତ୍ୟା ମାମଲାର ତଦନ୍ତ ଜାରି ରହିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି । ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବନ୍ଧା ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଗତକାଲି ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା ପୋଲିସ। ଗଜପତିନଗରସ୍ଥିତ ତାଙ୍କ ବାସଭବନରୁ ତାଙ୍କୁ ଉଠାଇ ଆଣି ରାତିସାରା ଜେରା ଚାଲିଥିଲା। ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି। ମଳୟ ବିଷୋୟୀ ଓ ମଦନ ଦଳେଇଙ୍କୁ ଗିରଫ କରିଛି ପୋଲିସ। ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ୧୭ ଦିନ ପରେ ଗିରଫ ହୋଇଛନ୍ତି। ଗତ ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
