ଆଜି ସୃଷ୍ଟି ହେବ ଲଘୁଚାପ
ଆଜି ସୃଷ୍ଟି ହେବ ଲଘୁଚାପ । ବଙ୍ଗୋପସଗାରରେ ଦାନା ବାନ୍ଧୁଛି ଲଘୁଚାପ । ଘନୀଭୂତ ହୋଇ ନେଇପାରେ ଅବପାତର ରୂପ । ବାତ୍ୟାର ମାସ ଅକ୍ଟୋବରରେ ଲଘୁଚାପ ଘନୀଭୂତ ହେବା ସମ୍ଭାବନାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଛି । ତେବେ ବାତ୍ୟା ନେଇ ଏଯାଏ ଆଇଏମଡି କିଛି ଆକଳନ କରିନାହିଁ । କିନ୍ତୁ ବିଭିନ୍ନ ମଡେଲ ବାତ୍ୟା ଆଶଙ୍କା ଓ ସ୍ଥଳଭାଗ ଛୁଇଁବା ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।ଅନ୍ୟପଟେ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତର ସମ୍ଭାବନା ବାତ୍ୟାର ମାସ ଅକ୍ଟୋବରରେ ବଢ଼ାଇଛି ଛନକା । ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । NCEP, ECMWF, ECAI, IMD GFS, GEFS, ଏବଂ BFS ମଡେଲ ଅନୁଯାୟୀ ୨୧-୨୨ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ଅଧିକାଂଶ ମଡେଲ ପୂର୍ବାନୁମାନ କରିଛନ୍ତି । GFS ମଡେଲ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଉଛି ।
