ଦ୍ବିତୀୟ ଦିନରେ ’OMG 2’ର ଭଲ ରୋଜଗାର

ଗଦର-2 କୁ ଟକ୍କର ଦେଉଛି ’OMG 2’

ଦ୍ବିତୀୟ ଦିନରେ ଭଲ ରୋଜଗାର କଲା ’OMG 2’ । ଅକ୍ଷୟ କୁମାରଙ୍କ ଅଭିନୀତ ’OMG 2’ ଦର୍ଶକଙ୍କ ମହଲରେ ଆଦୃତ ହୋଇଥିବାବେଳେ ଭଲ ରୋଜଗାର କରୁଛି । ପ୍ରଥମ ଦିନରେ ୧୦.୨୬ କୋଟି ଟଙ୍କା ବିଜନେସ କରିଥିଲା । ସନ୍ନି ଦେଓଲଙ୍କ ’ଗଦର ୨’ ଅଧିକ ରୋଜଗାର କରୁଥିବାବେଳେ ’OMG ୨’ ମଧ୍ୟ ଭଲ ରୋଜଗାର କରୁଛି । ଗଦର-୨ କୁ ଟକ୍କର ଦେଉଛି ’OMG ୨’ । ଶୁକ୍ରବାର ରିଲିଜ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ଭଲ ରୋଜଗାର କରିଛି । ଶନିବାର ଅକ୍ଷୟ କୁମାରଙ୍କ ଫିଲ୍ମ ’OMG ୨’ ୧୫ କୋଟି ଟଙ୍କା ଆୟ କରିଛି । ଭଗବାନ ଶୀବଙ୍କ ବେଶରେ ନଜର ଆସିଥିବା ଅକ୍ଷୟ କୁମାରଙ୍କୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖିବାକୁ ମିଳୁଛି ।