ଭୁଶୁଡିଲା ମାଓଗଡ଼

ମୋଷ୍ଟ ୱାଣ୍ଟେଡ୍ ଟପ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ ଓରଫ ସୋନୁର ଆତ୍ମସମର୍ପଣ

ମୋଷ୍ଟ ୱାଣ୍ଟେଡ୍ ଟପ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ ଓରଫ ସୋନୁର ଆତ୍ମସମର୍ପଣ। ମହାରାଷ୍ଟ୍ର ଗଡ଼ଚିରୋଲି ପୋଲିସ ନିକଟରେ ୬୦ ସହଯୋଗୀଙ୍କ ସହ ଆତ୍ମସମର୍ପଣ କରିଛି CPI ମାଓବାଦୀର ବରିଷ୍ଠ ପଲିଟବ୍ୟୁରୋ ସଦସ୍ୟ ସୋନୁ । ଗତ ସେପ୍ଟେମ୍ବରରେ ସୋନୁ ଅସ୍ତ୍ରତ୍ୟାଗ କରିବାକୁ ସେ ଏକ ପ୍ରେସ୍ ବିବୃତିରେ ଜଣାଇଥିଲା । ସୋନୁ ଛତିଶଗଡ଼ ପୋଲିସ ସମେତ ଅନ୍ୟ ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା ।ତେଲେଙ୍ଗାନା ପେଡ୍ଡାପଲ୍ଲୀର ବାସିନ୍ଦା ୬୯ ବର୍ଷୀୟ ବେଣୁଗୋପାଲ ରାଓ । ସେ BCom ଡିଗ୍ରୀ ହାସଲ କରିଛି । ସେ ମାଓବାଦୀ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ୍ କମିଟିର ମୁଖ୍ୟ ଥିଲା ଏବଂ କେନ୍ଦ୍ରୀୟ କମିଟିର ଏକ ପ୍ରମୁଖ ସଦସ୍ୟ ଥିଲା । ୨୦୧୧ରେ ପଶ୍ଚିମବଙ୍ଗରେ ଏକ ଏନକାଉଣ୍ଟରରେ ନିହତ ହୋଇଥିବା ମାଓ ନେତା ମଲ୍ଲୋଜୁଲା କୋଟେଶ୍ୱର ରାଓ ଓରଫ କିଶନଜୀର ସାନ ଭାଇ ସୋନୁ । ଛତିଶଗଡ଼ରେ ସୋନୁ କମ୍ରେଡ୍ ଭାବେ ମାଓବାଦୀଙ୍କ ନେତୃତ୍ବ ନେଇଥିଲା।

Leave a Reply

Your email address will not be published. Required fields are marked *