୮ଟି ବୁଥ୍‌ରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡ଼ା ଉପନିର୍ବାଚନ: ଦୁର୍ଗମ ଅଞ୍ଚଳରରୁ ଲୋକଙ୍କୁ ନେବା ଆଣିବା କରିବ ହେଲିକପ୍ଟର

ନୂଆପଡ଼ା ଉପନିର୍ବାଚନରେ ୮ଟି ବୁଥ୍‌ରେ ବ୍ୟବହାର ହେବ ହେଲିକପ୍ଟର । ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ୮ଟି ବୁଥ୍‌ରେ ବ୍ୟବହାର ହେବ ହେଲିକପ୍ଟର। ଲୋକଙ୍କୁ ନେବା ଆଣିବା ପାଇଁ ବ୍ୟବହାର ହେବ କହିଲେ CEO। ୧୪ କମ୍ପାନୀ CAPF ମଧ୍ୟ ଉପନିର୍ବାଚନ ପାଇଁ ଆସିବେ।ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଏଥିସହିତ ଆଜିଠୁ ନାମାଙ୍କନ କରିପାରିବେ ପ୍ରାର୍ଥୀ । ତେବେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ କରିପାରିବେ । ଏହାପରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ।ନିର୍ବାଚନ କମିସନଙ୍କ ଘୋଷଣା ମୁତାବକ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ଆଉ ୧୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତେବେ ଏ ସବୁ ପ୍ରକ୍ରିୟା ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।