ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବଡ଼ ଅପଡେଟ୍

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା, କର୍ପୋରେଟରଙ୍କୁ ପଚରାଉଚରା

ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବଡ଼ ଅପଡେଟ୍ । ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡଙ୍କ ନିକଟତର ହୋଇଛି ପୋଲିସ। ବଡ଼ ସୁରାକ ସହ ସହରର ଜଣାଶୁଣା କର୍ପୋରେଟରଙ୍କୁ ପୋଲିସ ଉଠାଇ ନେଇଛି । ଶନିବାର ରାତିରେ ସମ୍ପୃକ୍ତ କର୍ପୋରେଟରଙ୍କୁ ତାଙ୍କ ଘରୁ ପୋଲିସ ଉଠାଇ ନେଇ ଜେରା କରୁଛି । ବ୍ରହ୍ମପୁର ପୋଲିସ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଅଟକ କର୍ପୋରେଟରଙ୍କୁ ଅଜ୍ଞାତ ସ୍ଥାନରେ ପଚରାଉଚରା ଚଳାଇଛି ।ସେହିପରି ବିଳମ୍ବିତ ରାତିରେ ଏସପି ଡ. ଶରବଣା ବିବେକ ଏମଙ୍କ ନେତୃତ୍ୱରେ ୧୦ଜଣିଆ ଟିମ୍ ଖଲ୍ଲିକୋଟ ଓ ଲଙ୍ଗଳଦେଇପୁରରେ ଚଢ଼ଉ କରି ୨ ଦୁର୍ଦ୍ଦାନ୍ତ ଅପରାଧୀକୁ ଉଠାଇ ଆଣିଛନ୍ତି । ପୀତବାସଙ୍କ ହତ୍ୟାକାଣ୍ଡ ପଛରେ ଥିବା ମାଷ୍ଟରମାଇଣ୍ଡକୁ ପୋଲିସ ଖୋଜି ପାଇଥିବା କୁହାଯାଉଛି । ପୀତବାସ ହତ୍ୟାକାଣ୍ଡରେ ସେମାନଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି ।

Leave a Reply

Your email address will not be published. Required fields are marked *