ପୁଣି ICUକୁ ସ୍ଥାନାନ୍ତର ହେଲେ ଅଭିଜିତ୍‌ ମଜୁମଦାର

ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର ପୁଣି ICUକୁ ସ୍ଥାନାନ୍ତର

ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର ପୁଣି ICUକୁ ସ୍ଥାନାନ୍ତର । ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ଅଭିଜିତ୍‌ଙ୍କୁ ପୁଣି ICU କୁ ସ୍ଥାନାନ୍ତର କରାଯାଇଛି । ଗତ ୨୪ ଘଣ୍ଟାରେ ଅଭିଜିତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିବାରୁ ଡାକ୍ତର ପୁଣି ଏମିତି ନିଷ୍ପତ୍ତି ନେଇଛନ୍ତି । ଗତ ସେପ୍ଟେମ୍ୱର ୪ ତାରିଖରୁ ଅଭିଜିତ୍‌ ଭୁବନେଶ୍ବର AIIMSରେ ଚିକିତ୍ସାଧୀନ ଅଛନ୍ତି । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।ତାଙ୍କ ସ୍ଥିତି ଅଧିକ ଖରାପ ହୋଇଥିବା ସୂଚନା ଦେଇଛି ଭୁବନେଶ୍ବର ଏମ୍ସ। ତାଙ୍କର ସ୍ନାୟୁ ଜନିତ ସମସ୍ୟାରେ କୌଣସି ସୁଧାର ହୋଇନାହିଁ । ଭିଜିତ OSTOMIC DEMYLINATION SYNDROME ରୋଗରେ ପୀଡିତ। ନିମୋନିଆ ସହ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଛି । ଗତ ୨୫ ସେପ୍ଟେମ୍ବରରେ ଅଭିଜିତଙ୍କୁ ମେଡିକାଲ ICUରୁ ମେଡିସିନ ୱାର୍ଡକୁ ଅଣାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟ ବିଗିଡିବାରୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ଲିଭର, ଲଙ୍ଗସ ଆଦି ଗୁରୁତର ପ୍ରଭାବିତ ହେବା ସହ ବହୁବିଧ ରୋଗରେ ପୀଡ଼ିତ ଅଛନ୍ତି ଅଭିଜିତ ମଜୁମଦାର।