ପ୍ୟାରିସ୍ ଏଫେଲ ଟାଓ୍ବାର ଉପରେ ବିପଦ !

ଏଫେଲ ଟାଓ୍ବାର ଉଡ଼ାଇଦେବାକୁ ଧମକ

ପ୍ୟାରିସସ୍ଥିତ ପ୍ରସିଦ୍ଧ ଏଫେଲ ଟାଓ୍ବାରକୁ ବୋମାରେ ଉଡ଼ାଇଦେବାକୁ ଧମକ । ଧମକ ମିଳିବା ପରେ ସେଠାରେ ଆତଙ୍କ ଖେଳିଯାଇଛି । ଏହି ଖବର ମିଳିବା ପରେ ପୁଲିସ ପକ୍ଷରୁ ସେଠାରେ ଥିବା ପର୍ଯ୍ୟଟକମାନଙ୍କୁ ଖାଲି କରାଯାଇଥିଲା । ଟାଓ୍ବାରର ୩ଟି ମହଲାରେ ଥିବା ପର୍ଯ୍ୟଟକମାନଙ୍କୁ ଖାଲି କରାଯାଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିବା ପରେ ବୋମାର ସନ୍ଧାନ କରାଯାଉଛି ବୋଲି ଏହି ଟାଓ୍ବାରକୁ ପରିଚାଳନା କରୁଥିବା ସଂସ୍ଥା ଏସଇଟିଇ କହିଛି । ଏଫେଲ ଟାଓ୍ବାରର ସାଉଥ ପିଲାର ପାଖରେ ଏକ ପୁଲିସ ଚୌକୀ ରହିଛି । ସେଠାରେ ଥିବା କଣ୍ଟ୍ରୋଲ ରୁମରେ ଟାଓ୍ବାରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଯାଞ୍ଚ କରାଯାଇଥିଲା ଓ ପର୍ଯ୍ୟଟକମାନଙ୍କ ଉପରେ ନଜର ରଖାଯାଇଥିଲା । ତେବେ  ଟାଓ୍ବାରର ବିଭିନ୍ନ ମହଲାକୁ  ତନ୍ନ ତନ୍ନ କରି ଯାଞ୍ଚପରେ ବୋମା ମିଳିନଥିଲା । ଏହା ପରେ ଦର୍ଶକମାନଙ୍କ କଡ଼ା ଯାଞ୍ଚ କରି ସେମାନଙ୍କୁ ପୁଣି ଭିତରକୁ ଛଡ଼ାଯାଇଥିଲା ।