ଦିଲ୍ଲୀରୁ ଫେରିଲେ ନବୀନ

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଦିଲ୍ଲୀରୁ ଫେରିଲେ ନବୀନ

ଓଡିଶା ଫେରିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। ତେବେ ଦିଲ୍ଲୀରେ ଦୀର୍ଘ ୧ ମାସରୁ ଅଧିକ ସମୟ ରହିବା ପରେ ଓଡିଶା ଫେରୁଛନ୍ତି ନବୀନ। ବିଭିନ୍ନ ସାମାଜିକ , ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଥିଲେ। ଦିଲ୍ଲୀସ୍ଥିତ ବାସଭବନରେ ୧ ମାସର ରହଣି ମଧ୍ୟରେ ନବୀନ, ନିଜ ପରିବାର ସଦସ୍ୟ ଏବଂ ସାଙ୍ଗସାଥୀଙ୍କୁ ଭେଟିବା ସହ ବହି କିଣିବା ଏବଂ ପଢିବାରେ ନିଜ ସମୟ ବିତାଇଥିଲେ।