ଘାସିରାମ ମାଝୀ କଂଗ୍ରେସର ନୂଆପଡ଼ା ପ୍ରାର୍ଥୀ
ଉପ ନିର୍ବାଚନ ବିଗୁଲ ପରେ ଏବେ ନୂଆପଡ଼ାରେ ବଢିଛି ରାଜନୈତିକ ଉଷ୍ମତା । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା। ଘାସିରାମ ମାଝୀଙ୍କ ନାଁରେ ମୋହର ମାରିଲା ଦଳ। ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଘାସିରାମଙ୍କୁ ପ୍ରାର୍ଥୀ କରିବାକୁ ପୂର୍ବରୁ ଗ୍ରୀନ ସିଗନାଲ ଦେଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ।୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ଦ୍ବିତୀୟ ସ୍ଥାନରେ ଥିଲେ ଘାସିରାମ ମାଝୀ। ବିଜୟୀ ପ୍ରାର୍ଥୀ ବିଜେଡିର ରାଜେନ୍ଦ୍ର ଢୋଲାକିଆଙ୍କୁ କଡ଼ା ଟକ୍କର ଦେଇଥିଲେ। ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଏକ ପ୍ରକାର ସ୍ଥିର ହୋଇସାରିଛି । ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲାକିଆଙ୍କ ପୁଅ ଜୟ ଢୋଲାକିଆ। ତାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗ୍ରୀନ ସିଗନାଲ ଦେଇଛନ୍ତି ।
