ବ୍ରହ୍ମପୁରରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା
ବିଚ୍ ରାସ୍ତାରେ ଗୁଳି । ବ୍ରହ୍ମପୁରରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା । ବାଇକ୍ ରେ ଆସି ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି ମୁଖାପିନ୍ଧା ର୍ଦୁବୃତ୍ତ । ରାତି ପ୍ରାୟ ୧୦ ଟା ସମୟରେ ବ୍ରହ୍ମନଗରରେ ଦୁର୍ବୃତ୍ତମାନେ ଗୁଳି କରିଥିଲେ । ପୀତବାସଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ରହ୍ମାନଗରରେ ଥିବା ତାଙ୍କ ଘର ନିକଟରେ ଦୁଇ ଦୁର୍ବୁତ୍ତ ଅତି ନିକଟରୁ ଗୁଳି କରିଥିଲେ । ରାଜ୍ୟ ବାର କାଉନସିଲ ର ସଭ୍ୟ ଥିବା ପୀତବାସ ପଣ୍ଡା ବିଜେପି ନେତା ଓ ଶ୍ରମିକ ନେତା ରୂପେ ମଧ୍ୟ ନିଜର ସଂଗଠନ କରିଥିଲେ । ସୋମବାର ରାତି ପ୍ରାୟ ଦଶଟା ସମୟରେ ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ଦୁଇ ଜଣ ତାଙ୍କୁ ଅଟକାଇ ଗୁଳି ମାଡ଼ କରିଥିଲେ । ପୋଲିସ ଆଇଜି, ଗଞ୍ଜାମ ଏସପି ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଜୋରଦାର ତଦନ୍ତ ଚଳାଇଛନ୍ତି । ମନ୍ତ୍ରୀ ବିଭୁତି ଜେନା, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଓ ବହୁ ଆଇନଜୀବୀ ବୁଦ୍ଧିଜୀବୀ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି ।
