ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା, ରଘୁନାଥପୁରରେ କ୍ରାଇମବ୍ରାଞ୍ଚର ରେଡ୍
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା । ରଘୁନାଥପୁରରେ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ । ରଘୁନାଥପୁର ସ୍ଥିତ ଶ୍ରୀଲିଙ୍ଗରାଜ ଇନଫୋସେଲ ଅନଲାଇନ ଏକଜାମ ସେଣ୍ଟରକୁ ସିଲ କଲା କ୍ରାଇମବ୍ରାଞ୍ଚ । ଏସଆଇ ମହାଘୋଟାଲାର ଅନ୍ୟତମ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କର ଏଠାରେ କାର୍ଯ୍ୟାଳୟ ରହିଥିଲା । ଶଙ୍କର ପୃଷ୍ଟି ଫେରାର ଥିବା ବେଳେ ତାଙ୍କ ସଂସ୍ଥା ଉପରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଶ୍ରୀଲିଙ୍ଗରାଜ ଇନଫୋସେଲର କାଗଜପତ୍ର ଜବତ କରିବା ସହ ଡିଜିଟାଲ ପ୍ରମାଣ ସଂଗ୍ରହ ପାଇଁ କ୍ରାଇମବ୍ରାଞ୍ଚ ଉଦ୍ୟମ କରିବ । ସ୍ଥାନୀୟ ପୁଲିସଙ୍କ ଉପସ୍ଥିତିରେ ପୁଲିସ ସଂସ୍ଥାକୁ ସିଲ୍ କରିଛି । କିଛି ଏସଆଇ ପରୀକ୍ଷାର୍ଥୀଙ୍କୁ ଏଠାରେ ପ୍ରଶିକ୍ଷଣ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଏହି ଖବର ପାଇବା ପରେ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି ।
