ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଦିନିକିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ନୂଆଦିଲ୍ଲୀରେ । ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କଲେ । ଏହାକୁ ନେଇ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ମୋହନ ମାଝୀ । ସେ ଲେଖିଛନ୍ତି, “ଆଜି ନୂଆଦିଲ୍ଲୀରେ ମାନନୀୟ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା ।

ଏହି ଅବସରରେ ରାଜ୍ୟରେ ଆମ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣ ଯୋଜନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କଲି। ଉପରାଷ୍ଟ୍ରପତିଙ୍କୁ ‘ଓଡ଼ିଶା ଭିଜନ୍ ୨୦୩୬ | ୨୦୪୭’ ପ୍ରଦାନ କରି ରାଜ୍ୟର ଦୀର୍ଘମିଆଦୀ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଲି । ତାଙ୍କର ପ୍ରେରଣା ଓ ମାର୍ଗଦର୍ଶନ ପାଇଁ କୃତଜ୍ଞ ।”

Leave a Reply

Your email address will not be published. Required fields are marked *