୩ ରେ ଭସାଣି ଉତ୍ସବ

ଭସାଣି ପାଇଁ ଟ୍ରାଫିକ ଆଡଭାଇଜାରି ଜାରି କଲା ପୋଲିସ

 ୩ ରେ ଭସାଣି ଉତ୍ସବ। ଏଥିପାଇଁ ଟ୍ରାଫିକ ଆଡଭାଇଜାରି ଜାରି କଲା ପୋଲିସ । ଦିନ ୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଯାନାବାହାନ ଚଳାଚଳ ଉପରେ ରହିବ କଟକଣା । ରାଜଧାନୀରେ ୪ଟି ସ୍ଥାନରେ ଦେଖିବାକୁ ପାଇବେ ମାଙ୍କ ଭସାଣି । ସହରବାସୀଙ୍କୁ ସାମୁହିକ ଭସାଣି ଦେଖିବାକୁ ୪ଟି ସ୍ଥାନରେ ଅନୁମତି ମିଳିଛି ।ସହୀଦ ନଗର ,ନୟାପଲ୍ଲୀ , ଚନ୍ଦ୍ରଶେଖରପୁର ଓ ଓଲ୍ଡ ଟାଉନ ଚାରୋଟି ସ୍ଥାନରେ ହେବ ସହରରେ ଭସାଣି ଉତ୍ସବ । ଏଥିପାଇ ୪ଟି ଭସାଣି ଉତ୍ସବ କମିଟି ପାଇଁ ଅନୁମତି ଦେଇଛି କମିଶନରେଟ ପୋଲିସ ।

ଏଥିପାଇ ଟ୍ରାଫିକ ଆଡଭାଇଜାରି ଜାରି କରିଛି ପୋଲିସ । ଆସନ୍ତା ୩ ତାରିଖ ଦିନ ଭସାଣି ନିମନ୍ତେ ଦିନ ୨ଟାରୁ ରାତି ୧୨ଟା ପର୍ଯନ୍ତ ଯାନାବାହାନ ଚଳାଚଳ ଉଟରେ କଟକଣା ରହିବ ।ସହୀଦ ନଗର ଭସାଣି ପାଇଁ ରାଜମହଲ ରୁ ମାଷ୍ଟରକ୍ୟାଣ୍ଟିନ ଦେଇ ବାଣିବିହାର ପର୍ଯ୍ୟନ୍ତ କୋଣସି ଯାନବାହାନ ଚଳାଚଳ କରିବ ନାହିଁ । ସେହିପରି ନୟାପଲ୍ଲୀ ପାଇଁ ସିଆରପି ଠାରୁ ଡିଏଭି ପର୍ଯ୍ୟନ୍ତ ପରେ ଗୋପବନ୍ଧୁ ଛକ ଦେଇ ଶିରିପୁର ପର୍ଯ୍ୟନ୍ତ କଟକଣା ରହିବ‌ ।

ଚନ୍ଦ୍ରଶେଖରପୁର ପାଇଁ ନନ୍ଦନକାନନ ଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ ଗାଡି ଚଳାଚଳ କଟକଣା ରହିବ।ଏଥିପାଇ ପାର୍ଶ୍ଵ ରୋଡ ଦେଇ ଯାତାୟତ କରିବେ ସହରବାସୀ । ଏନେଇ ଖୋର୍ଦ୍ଧା ପଟୁ ଆସୁଥିବା ସମସ୍ତ ଭାରୀଯାନଗୁଡ଼ିକ ସର୍ଭିସ ରୋଡରେ ଯିବାକୁ ଅନୁମତି ଦିଆଯିବନାହିଁ । କେବଳ NH ରେ ଯାଇପାରିବେ ଏହି ଗାଡି । ମୁର୍ତ୍ତି ବିସର୍ଜନ ପାଇଁ ୭ଟି ସ୍ଥାନ ନିରୁପଣ କରାଯାଇଛି । ଏନେଇ ବିଏମସି ପକ୍ଷରୁ ସବୁ ପୁଜା କମିଟିମାନଙ୍କୁ ଅବଗତ କରାଯାଇଛି । ସେହିପରି ଭୁବନେଶ୍ୱର ୭ଟି ସ୍ଥାନରେ ହେବ ରାବଣ ପୋଡି।

Leave a Reply

Your email address will not be published. Required fields are marked *