ହୁତୁହୁତୁ ହେଇ ଜଳିଗଲା ହାୱାଇ ଦ୍ଵୀପ !

ନିଆଁ ଲାଗି ଏଯାଏଁ ଗଲାଣି ୬୭ରୁ ଊର୍ଦ୍ଧ୍ଵ ଜୀବନ!

ହୁତୁହୁତୁ ହୋଇ ଜାଲିଳା ହାୱାଇ ଜଙ୍ଗଲ । ଚାହୁଁ ଚାହୁଁ ନିମିଷକ ମଧ୍ୟରେ ଧ୍ଵଂସ ହୋଇଗଲା ପୁରା ଅଞ୍ଚଳ । ଆଉ ଗଲାଣି ୬୭ ନିରୀହ ଜୀବନ। ହଁ ଆଜ୍ଞା ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ । ନିଆଁ ଲାଗିବା ଫଳରେ ସଙ୍ଗେ ସଙ୍ଗେ ପୁରା ଜଙ୍ଗଲକୁ ଏହା ବ୍ୟାପି ଯାଇଥିଲା । ଯିଏ ଯୁଆଡେ ଧାଇଁବାରେ ଲାଗିଲେ । ହେଲେ ନିଆଁ କବଳରୁ ବଞ୍ଚିପାରିଲେନି ଅନେକ । ଏବେ ସୁଦ୍ଧା ଗଲାଣି ୬୭ରୁ ଊର୍ଦ୍ଧ୍ଵ ଜଣଙ୍କ ଜୀବନ ।

ନିଆଁରେ ହଜାରେରୁ ଅଧିକ ବିଲ୍ଡିଂ ଜଳି ଯାଇଛି । ଘର ଆସବାବପତ୍ର ସହ ବହୁ କାର ପୋଡି ପାଉଁଶ ହୋଇଯାଇଛି । ନିଆଁ ବ୍ୟାପୁଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ହେଲିକପ୍ଟର ଯୋଗେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ।ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୬୭ ମୃତ । ତେବେ ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ସ୍ଥାନୀୟ ଅଞ୍ଚଳ ପୁରା ବିଭୀଷିକାର ଶିକାର ହୋଇଥିବା ବେଳେ କୋଟି କୋଟି ଟଙ୍କାର କ୍ଷତି ସହିଥିବା ଦେଖିବାକୁ ମିଳିଛି । ତେବେ ଏହି ନିଆଁ କିପରି ଲାଗିଲା ଏଯାଏଁ ସ୍ପଷ୍ଟ ହୋଇ ନଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି। ସତରେ ଏପରି ଦୁର୍ଦ୍ଦଶା ପୁରା ହାୱାଇ ଦ୍ବୀପକୁ ଦୋହଲାଇ ଦେଇଛି ।