ଦୀର୍ଘ ୬ ଦଶନ୍ଧି ଧରି ସେବା ଯୋଗାଉଥିଲା ‘ମିଗ୍‌-୨୧’

ବାୟୁସେନାର ଲଢୁଆ ବିମାନ ‘ମିଗ୍‌-୨୧’ ନେଲା ଅବସର

ବାୟୁସେନାର ଲଢୁଆ ବିମାନ ‘ମିଗ୍‌-୨୧’ ନେଲା ଅବସର । ଚଣ୍ଡିଗଡ ବାୟୁସେନା ଘାଟିରେ ସ୍ୱତନ୍ତ୍ର ସେବା ନିବୃତ୍ତ ଉତ୍ସବ । ସେବା ଅବସର ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦୀର୍ଘ ୬ ଦଶନ୍ଧି ଧରି ସେବା ଯୋଗାଉଥିଲା ‘ମିଗ୍‌-୨୧’। ୧୯୬୩ରେ ରୁଷିଆଠାରୁ କିଣାଯାଇଥିଲା ‘ମିଗ୍‌-୨୧’ । ପ୍ରଥମ ସ୍କ୍ବାଡ୍ରନ୍‌ ଚଣ୍ଡିଗଡରେ ସ୍ଥାପନ କରାଯାଇଥିଲା। କାରଗିଲ୍‌ ଯୁଦ୍ଧ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଚଣ୍ଡିଗଡ ବାୟୁସେନା ଘାଟିରେ ‘ମିଗ୍‌-୨୧’ର ଶେଷ ଉଡ଼ାଣ ।ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ । ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି । ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ । ଗତ ଅଗଷ୍ଟ ମାସରେ ରାଜସ୍ଥାନର ନାଲ୍ ବାୟୁସେନା ଏୟାରବେସରୁ ଦେଖିବାକୁ ମିଳିଥିଲା ଶେଷ ମିଗ୍ ୨୧ ଉଡ଼ାଣ ।ଏହା ୧୯୬୫,୧୯୭୧, ୧୯୯୯ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୨୦୧୯ ବାଲାକୋଟ୍ ଏୟାରଷ୍ଟ୍ରାଇକ ସମୟରେ ବି ପରାକ୍ରମ ଦେଖାଇଥିଲା । ଏହି ବିମାନ ପାକିସ୍ତାନର ଅନେକ ଆକ୍ରମଣକୁ ବିଫଳ କରିଥିଲାଏବଂ ଭାରତୀୟ ସାମରିକ ଶକ୍ତିର ପ୍ରତୀକ ପାଲଟିଥିଲା।ଉଡାଣରେ ସାମିଲ ଥିଲେ ନିଜେ ବାୟୁସେନା ମୁଖ୍ୟ । ନିରନ୍ତର ସେବା ଯୋଗାଇଥିବା ଏହି ବିମାନ, ଭାରତୀୟ ବାୟୁସେନାର ଗର୍ବ ଓ ଗୌରବ । MiG-21 ର ଅବସର ଭାରତୀୟ ବାୟୁସେନାରେ ଏକ ନୂଆ ଶକ୍ତିର ଆରମ୍ଭ ହେବ । ଏହାକୁ ସ୍ୱଦେଶୀ ତେଜସ୍ LCA ମାର୍କ 1A ଦ୍ୱାରା ବଦଳାଯିବ । ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି ଲଢ଼ୁଆ ବିମାନ ଭାରତର ନୂତନ ଉଡ଼ାଣର ପ୍ରତୀକ ହେବ ।

Leave a Reply

Your email address will not be published. Required fields are marked *