ନିର୍ବାଚନ ପାଇଁ ସବୁଠି ପ୍ରସ୍ତୁତି । କେବଳ ଓଡିଶା ନୁହେଁ ଅନ୍ୟ ରାଜ୍ୟରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ବିଭିନ୍ନ ଦଳରେ ଚିନ୍ତା । ଦିଲ୍ଲୀରେ କ୍ଷମତାରେ ଥିବା ଆପ୍ କୁ ନେଇ ଏବେ ଚର୍ଚ୍ଚା । କାରଣ ଖୁଲମଖୁଲା ପ୍ରେସମିଟ୍ ରେ କଂଗ୍ରେସକୁ ନେଇ ଅନେକ କଥା କହିଛନ୍ତି ଏହାର ମନ୍ତ୍ରୀ । କେବଳ ଏତିକି ନୁହେଁ ଗୋଟେ ପ୍ରକାର ଆପ୍ କଂଗ୍ରେସକୁ ଚ୍ୟାଲେଞ୍ଜ କରିବା ସହ ଅଫର ବି ଦେଇଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା । ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀଥିବା ସୌରଭ ଭରଦ୍ୱାଜ କଂଗ୍ରେସକୁ ଏକ ବଡ ଅଫର ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି, ଯଦି କଂଗ୍ରେସ ଦିଲ୍ଲୀ ଓ ପଞ୍ଜାବରେ ନିର୍ବାଚନ ନଲଢିବ ତେବେ ଆମେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରାର୍ଥୀ ଦେବୁ ନାହିଁ । ଗଣମାଧ୍ୟମର ପ୍ରଶ୍ନ ଥିଲା କି, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ର୍ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଦେବ କି? । ଯଦି ଲଢିବ ତେବେ କଂଗ୍ରେସର କ୍ଷତି ହେବ । ତେଣୁ ଉଭୟ ପାର୍ଟି ଉଭୟଙ୍କର ଭୋଟ କାଟିବେ ତେବେ ମେଣ୍ଟର ମାନେ କଣ ରହିବ ? ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀଥିବା ସୌରଭ ଭରଦ୍ୱାଜ କଂଗ୍ରେସକୁ ଏକ ବଡ ଅଫର ଦେଇଛନ୍ତି । ସେ କହିଛନ୍ତି କି, ଯଦି କଂଗ୍ରେସ ଦିଲ୍ଲୀ ଓ ପଞ୍ଜାବରେ ନିର୍ବାଚନ ନଲଢିବ ତେବେ ଆମେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରାର୍ଥୀ ଦେବୁ ନାହିଁ ।
Related Posts
ଆସନ୍ତା ସପ୍ତାହରେ ରିପୋର୍ଟ ଦାଖଲ କରିବ ଲ କମିଶନ
- User 003
- January 21, 2024
- 0
କଂଗ୍ରେସ ହେଭିୱେଟ ଡିକେ ଶିବ କୁମାରଙ୍କୁ ବଡ଼ ଆଶ୍ୱସ୍ତି
- User 003
- March 5, 2024
- 0
ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ
- User 003
- June 21, 2024
- 0