ରତ୍ନ ଅଳଙ୍କାର ସ୍ଥାନାନ୍ତର ବେଳେ ବନ୍ଦ ରହିବ ଦର୍ଶନ

କାଲି ହେବ ରତ୍ନ ଅଳଙ୍କାର ସ୍ଥାନାନ୍ତର

ଆସନ୍ତାକାଲି ରତ୍ନଭଣ୍ଡାର ସାମଗ୍ରୀ ସ୍ଥାନାନ୍ତର ।  ମାର୍ଗଦର୍ଶିକା ଅନୁସାରେ ରତ୍ନାଳଙ୍କାର ସ୍ଥାନାନ୍ତର କରାଯିବ। ଏଥିପାଇଁ ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ପ୍ରବେଶ ବନ୍ଦ ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ଯାଏଁ କଟକଣା ବଳବତ୍ତର ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ପରେ ଦର୍ଶନ ସ୍ବାଭାବିକ ହେବ । ଆନନ୍ଦବଜାରରୁ ମହାପ୍ରସାଦ ନେଇପାରିବେ ଭକ୍ତ । ଶ୍ରଦ୍ଧାଳୁଙ୍କୁ ସହଯୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।ରତ୍ନ ଅଳଙ୍କାର ସ୍ଥାନାନ୍ତର ନେଇ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆରମ୍ଭ ହେଲା ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ।  ବୈଠକରେ ଜିଲ୍ଲାପାଳ,,ଏସପି,, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ।  ଆସନ୍ତାକାଲି ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର। ସକାଳ 10ଟାରୁ ବନ୍ଦ ରହିବ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ।ସକାଳ 7.17ରୁ 11.17 ମାହେନ୍ଦ୍ର ବେଳାରେ ପ୍ରବେଶ କରିବେ ରତ୍ନଭଣ୍ଡାର ସବକମିଟି ସଦସ୍ୟ ସହ ତଦାରଖ କମିଟିର ସଦସ୍ୟ। ଅଳଙ୍କାର ସ୍ଥାନାନ୍ତର ପାଇଁ କଣ ସଵୁ ବ୍ୟବସ୍ଥା ହେବ ସେନେଇ ବୈଠକରେ ଆଲୋଚନା ଚାଲିଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଅଳଙ୍କାର ହେବ ସ୍ଥାନାନ୍ତର