ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପ୍ରବଳ ଉତ୍ତେଜନା
ଭୁଲ୍ ମେଡିସିନ୍ ପାଇଁ ଜୀବନ ଯାଇଥିବା ଅଭିଯୋଗ। ଏଭଳି କିଛି ଅଭିଯୋଗ ଆସିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ। ୩ ବର୍ଷର ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।ଭୁଲ୍ ମେଡିସିନରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ତେବେ ହସ୍ପିଟାଲରେ ଡ୍ୟୁଟିରେ ଥିବା ଡାକ୍ତର ମେଡିସିନ୍ ଦେଇଥିଲେ। ଏହାପରେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶିଶୁର ମୃତ୍ୟୁ ହେବା ପରେ ଚିକିତ୍ସା କରିଥିବା ଡାକ୍ତର ସେଠାରୁ ଚାଲି ଯାଇଥିଲେ । ପରେ ଯେଉଁ ଡାକ୍ତର ଆସିଥିଲେ ସେ ଭୁଲ ମେଡ଼ିସିନରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କହିଥିଲେ ବୋଲି ଅଭିଯୋଗ ହୋଇଛି।ଏହାକୁ ନେଇ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ସେପଟେ ଶିଶୁ ମୃତ୍ୟୁ ଘଟଣାରେ ଶୋକ ବ୍ୟକ୍ତ ସହ ୪ ଲକ୍ଷ ଟଙ୍କାର ଅନୁକଂପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
