ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ହେଲେ ଭୁବନେଶ୍ୱର କ୍ଲବର ନୂତନ ସଭାପତି

ପ୍ରଦୀପ କୁମାର ଜେନା ଭୁବନେଶ୍ୱର କ୍ଲବର ନୂତନ ସଭାପତି

ପୂର୍ବତନ ଓଡ଼ିଶାର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଭୁବନେଶ୍ୱର କ୍ଲବର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର କ୍ଲବର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଭୋଟ ଗଣତି ପରେ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା । ପ୍ରଦୀପ କୁମାର ଜେନା ୧୮ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି।ସେହିପରି, ପ୍ରଗତି ମହାନ୍ତି ୬୦ ଭୋଟ ବ୍ୟବଧାନରେ ଉପାଧ୍ୟକ୍ଷ ଭାବରେ ବିଜୟୀ ହୋଇଛନ୍ତି । ସେହିପରି ଲଳିତ ଦାସ ୭୬ ଭୋଟ ବ୍ୟବଧାନରେ ସମ୍ପାଦକ ଭାବରେ ବିଜୟୀ ହୋଇଛନ୍ତି ।   ସମ୍ବିତ ମହାନ୍ତି ୬୮ ଭୋଟ ବ୍ୟବଧାନରେ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି। ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର ଥିଲା । ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର ନିର୍ବାଚନ ଲଢୁଥିଲେ । ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିବା ବେଳେ ଏଥର ଜିତିଲେ ହ୍ୟାଟ୍ରିକ କରିଥାନ୍ତେ ।ଅନ୍ୟପଟେ ଅବସର ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଥିଲେ । ଶନିବାର ନିର୍ବାଚନ ପାଇଁ ଇ-ଭୋଟିଂ ଅନୁଷ୍ଠିତ ହୋଇଥିଲା । ରବିବାର ବାଲାଟ୍ ଉପରେ ଭୋଟ୍ ଦାନ ଚାଲିଥିଲା । ଯେଉଁ କ୍ଲବ ମେମ୍ବରମାନେ ଭୋଟ ଦାନ ପାଇଁ କ୍ଲବକୁ ଆସିପାରିନାହାନ୍ତି ସେମାନେ ଇ – ଭୋଟିଙ୍ଗ ମାଧ୍ୟମରେ ଭୋଟ ଦେଇଥିଲେ । ଇ- ଭୋଟିଙ୍ଗରେ ପାଖାପାଖି ୫୦୦ ଭୋଟ ହୋଇଛି ।

Leave a Reply

Your email address will not be published. Required fields are marked *